() ନାଇଜେରିଆରେ ଭୟଙ୍କର ଗୁଳିକାଣ୍ଡ । ରବିବାର ନାଇଜେରିଆର ଏକ ଚର୍ଚ୍ଚରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ୫୦ ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ନାଇଜେରିଆର ଓଣ୍ଡୋ ରାଜ୍ୟର ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ ଚର୍ଚ୍ଚରେ କିଛି ବନ୍ଧୁକଧାରୀ ପ୍ରବେଶ କରି ଅତର୍କିତ ଆକ୍ରମଣ କରିଥିଲା । ପରେ ମହିଳା ଓ ଶିଶୁଙ୍କ ସମେତ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭୟଙ୍କର ଗୁଳିକାଣ୍ଡ ପରେ ଟ୍ୱିଟ୍ କରି ଓଣ୍ଡୋ ଗଭର୍ଣ୍ଣର ରୋତିମି ଆକେରେଡୋଲୁ କହିଛନ୍ତି ଯେ, ଘଟଣାରେ ଆମେ ଅତ୍ୟନ୍ତ ମର୍ମାହତ । ଶାନ୍ତି ଓ ସୌହାର୍ଦ୍ଦ୍ୟ ଉପରେ ଆକ୍ରମଣ ହୋଇଛି । ଅନ୍ୟପକ୍ଷରେ ଗୁଳିକାଣ୍ଡ ଯୋଗୁ ପ୍ରକୃତରେ କେତେ ପ୍ରାଣ ହରାଇଛନ୍ତି, ସେ ନେଇ ବାବଦରେ ସରକାରୀ ଭାବେ କିଛି ଘୋଷଣା ହୋଇନାହିଁ ।
https://thetopmost.in/a-man-shave-his-beard-by-gold-razor/vi
1 thought on “ନାଇଜେରିଆର ଏକ ଚର୍ଚ୍ଚରେ ଭୟଙ୍କର ଗୁଳିକାଣ୍ଡ”